ସୁଶାନ୍ତ ସିଂ ଏବଂ ଦିଶା ସାଲିଆନଙ୍କ ମଧ୍ୟରେ ଶେଷ ଚାଟ୍ ହେଲା ଭାଇରାଲ, ଦେଖନ୍ତୁ କଣ ହୋଇଥିଲା ବର୍ତ୍ତାଳାପ

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ପ୍ରତିଦିନ କିଛିନା କିଛି ତଥ୍ୟ ସମ୍ନାକୁ ଆସୁଛି। ଯାହା ଏକ ସାଧାରଣ ଜିନିଷ ପରି ଲାଗିବା ଆରମ୍ଭ କରିଛି। ଏହି ସମୟରେ ସୋସିଆଲ ମିଡିଆରେ ଜୋର ସୋରରେ ସୁଶାନ୍ତ ଏବଂ ତାଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମଧ୍ୟରେ ହୋଇଥିବା ଶେଷ ଥର ପାଇଁ ଏକ ଚାଟ୍ ସାମ୍ନାକୁ ଆସୁଛି।

ଦୁହିଁଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା:-

କହିଦଉଛୁଯେ ସୁଶାନ୍ତ ଏବଂ ତାଙ୍କ ମ୍ୟାନେଜର ଦିଶାଙ୍କ ମଧ୍ୟରେ ବାର୍ତ୍ତାଳାପ ଅଧିକ କାମକୁ ନେଇ ହ୍ୟାଟ୍ସ ଆପ୍ ରେ ହୋଇଥାଏ ଗତଥର ମଧ୍ୟ ଦିଶା ସୁଶାନ୍ତଙ୍କ ସହ କଥା ହୋଇଥିଲେ। ଏହି ଦୁଇଜଣଙ୍କର ଚାଟ୍ ର ଫଟୋ ଦେଖି ଆପଣ ଅନୁଭବ କରିପାରିବେ ଯେ ଉଭୟଙ୍କ ମଧ୍ୟରେ କାମ ବ୍ୟତୀତ ଅନ୍ୟ କୌଣସି ବାର୍ତ୍ତାଳାପ ହୋଇନଥିଲା।

Google

ଲକଡାଉନ୍ ମଧ୍ୟରେ ହୋଇଥିଲା କଥାବାର୍ତ୍ତା:-

ଲକଡାଉନ୍ ସମୟରେ ଉଭୟଙ୍କ ମଧ୍ୟରେ କାମ ବିଷୟରେ ଅନେକ ଆଲୋଚନା ହୋଇଥିଲା। ଚାଟରେ ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ପବ୍ଜି ଖେଳର ପ୍ରଚାର ଏବଂ ଖାଦ୍ୟ ତୈଳର ବ୍ରାଣ୍ଡ ବିଷୟରେ ଆଲୋଚନା କରିଥିଲେ। ଚାଟରେ ଦିଶା ସାଲିଆନ ସୁଶାନ୍ତଙ୍କୁ କହିଛନ୍ତି ଯେ ଖାଦ୍ୟରେ ବ୍ୟବହୃତ ତୈଳ କମ୍ପାନୀକୁ ଏକ ବର୍ଷ ପାଇଁ ବ୍ରାଣ୍ଡ ଆମ୍ବାସାଡର ରହିବାକୁ ପଡିବ। 1 ଦିନ ପାଇଁ ସୁଟିଂ କରିବାକୁ ହେବ ଏବଂ ଅଧା ଦିନ ପାଇଁ ଟିଭି ପାଇଁ ରେକର୍ଡିଂ ହେବ। ବର୍ଷର ପର୍ବ ସମୟରେ ଡିଜିଟାଲ୍ ପ୍ଲାଟଫର୍ମରେ ତିନୋଟି ପୋଷ୍ଟ କରାଯିବ। ଦୟାକରି ମୋତେ କୁହନ୍ତୁ, ମୁଁ ଏଥିପାଇଁ ସେମାନଙ୍କୁ 60 ଲକ୍ଷ ଟଙ୍କା କହିଦେବି ଏବଂ ଏହି ବିଷୟରେ ମଧ୍ୟ ପରାମର୍ଶ ଦେବି କି। ଏଥିରେ ସୁଶାନ୍ତ ପଚାରିଥିଲେ ବ୍ରାଣ୍ଡର ନାମ କଣ।

ଦିଶା- ସେମାନେ ଏପର୍ଯ୍ୟନ୍ତ ବ୍ରାଣ୍ଡ ନାମ ପ୍ରକାଶ କରିବାକୁ ଚାହାଁନ୍ତି ନାହିଁ। ବ୍ରାଣ୍ଡ କ’ଣ ତାହା ଦେଖି ଆମେ ଆଗକୁ କଥା ହୋଇପାରିବା। ସୁଶାନ୍ତ କହିଲେ ଠିକ ଅଛି,କୂଲ, ଧନ୍ୟବାଦ।

ଦିଶାଙ୍କ ମା ଙ୍କ ବୟାନ କଣ ଥିଲା:-

Google

ଏକ ସାକ୍ଷାତକାର ସମୟରେ ଦିଶା ସାଲିଆନଙ୍କ ମା କହିଥିଲେ ଯେ ଦିଶା ସର୍ବଦା ତାଙ୍କ କାର୍ଯ୍ୟ ସମ୍ବନ୍ଧୀୟ ବିବରଣୀ ପ୍ରକାଶ କରିଥିଲେ, ଦିଶା କାହା ସହିତ କାମ କରୁଥିଲେ, ସେ କଣ କାମ କରୁଥିଲେ ସବୁକିଛି କହୁଥିଲେ। ଦିଶାଙ୍କ ମା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ତାଙ୍କଠାରୁ ସୁଶାନ୍ତଙ୍କ ବିଷୟରେ କେବେ ଶୁଣି ନାହିଁ ଏବଂ ମୁଁ ସୁଶାନ୍ତଙ୍କୁ ମଧ୍ୟ ଚିହ୍ନି ନାହିଁ ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଜାଣିବା ପାଇଁ ଏହାକୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *