ଯଦି ଦେଖି ଥାନ୍ତି ଏହି ୫ଟି ସ୍ବପ୍ନ ତେବେ ଆପଣ ଋଣ ମୁକ୍ତ ହେବାକୁ ଯାଉଛନ୍ତି । ସ୍ବପ୍ନ ଶାସ୍ତ୍ରରେ ଏହି ରହସ୍ୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି ।

ଶୋଇଥିବା ସମୟରେ ପ୍ରାୟତ ସ୍ବପ୍ନ ଆସିଥାଏ ଯାହାର କୌଣସି ନା କୌଣସି ଅର୍ଥ ରହିଥାଏ । କୁହାଯାଇଥାଏ ପ୍ରତ୍ୟେକ ସ୍ବପ୍ନ ନିଜ ସହିତ ଏକ ବାର୍ତ୍ତା ନେଇ ଆସିଥାଏ ଯାହା ମାଧ୍ୟମରେ ଆପଣ ଜାଣିପାରିବେ ସେହି ସ୍ୱପ୍ନର କ’ଣ ଅର୍ଥ ରହିଛି । ବେଳେବେଳେ ଏପରି ଅନେକ ସ୍ୱପ୍ନ ଦେଖି ଥାଉ ଯାହା ଆମକୁ ବହୁତ ଅଦ୍ଭୁତ ଲାଗିଥାଏ, କିନ୍ତୁ ସ୍ୱପ୍ନଗୁଡିକ କାହା ସହିତ ସଂଯୁକ୍ତ ଏବଂ କେଉଁ କ୍ଷେତ୍ର ଉପରେ ପ୍ରଭାବ ପକାଇବ ତାହା କହିଥାଏ । ଏଗୁଡ଼ିକୁ ବୁଝିବା ପାଇଁ ଆପଣ ପ୍ରଥମେ ସ୍ବପ୍ନ ଶାସ୍ତ୍ରକୁ ବୁଝିବା ଆବଶ୍ୟକ । ସ୍ୱପ୍ନର ଅର୍ଥ ସ୍ୱପ୍ନ ଶାସ୍ତ୍ରରେ ଗଭୀର ଭାବରେ ବ୍ୟାଖ୍ୟା କରାଯାଇଛି । ଏହି ଶାସ୍ତ୍ରରେ ଏପରି ସ୍ବପ୍ନ ଗୁଡ଼ିକ ବିଷୟରେ ବ୍ୟାଖ୍ୟା କରାଯାଇଛି ଯାହା ଋଣ ଠାରୁ ମୁକ୍ତି ପାଇବା ପାଇଁ ସଙ୍କେତ ଦେଇଥାଏ । ଯଦି ଆପଣ ଏହି ସ୍ୱପ୍ନଗୁଡିକ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଋଣରୁ ମୁକ୍ତି ମିଳି ଯାଇଥାଏ ।

୧. ପୁରୁଣା ଜୋତା ଏବଂ ଚପଲ ଦାନ:-

ବିଶ୍ୱାସ କରାଯାଏ ଯଦି ଆପଣ ଆପଣଙ୍କ ସ୍ୱପ୍ନରେ କାହାକୁ ପୁରୁଣା ଜୋତା ଏବଂ ଚପଲ ଦାନ କରୁଛନ୍ତି, ତେବେ ଆପଣ ଶୀଘ୍ର ୠଣମୁକ୍ତ ହେବାକୁ ଯାଉଛନ୍ତି । ଏହି ସ୍ୱପ୍ନକୁ ବହୁତ ପ୍ରଭାବଶାଳୀ ମନେ କରାଯାଏ । ଏପରି ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କର ସମସ୍ତ ସଙ୍କଟ ଦୂର ହୋଇ ଯାଇଥାଏ । କେବଳ ଏତିକି ନୁହେଁ ଭବିଷ୍ୟତରେ ଆସୁଥିବା ଅସୁବିଧାରୁ ମଧ୍ୟ ମୁକ୍ତି ମିଳିଥାଏ ।

Google

୨. କେଶ କାଟୁଥିବାର ଦେଖିବା :-

ଏପରି ବିଶ୍ୱାସ କରାଯାଏ ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ନିଜର କିମ୍ବା ଅନ୍ୟ କାହାର କେଶ କାଟୁଥିବାର ଦେଖନ୍ତି ତେବେ ଆପଣ ଶୀଘ୍ର ୠଣରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି । ଏହି ସ୍ବପ୍ନକୁ ଦେଖିବା ବହୁତ୍ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । କୁହାଯାଏ କେଶ କାଟୁଥିବାର ଦେଖିବା ଏହାର ସିଧାସଳଖ ଅର୍ଥ ହେଉଛି ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧାରୁ ମୁକ୍ତି ମିଳିବା ପାଇଁ ଯାଉଛନ୍ତି ।

Google

୩. ଝିଟିପିଟି ତଳେ ପଡୁଥିବାର ଦେଖିବା:-

ଏହା ଜାଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, କିନ୍ତୁ ସ୍ୱପ୍ନରେ ଝିଟିପିଟି ତଳେ ପଡୁଥିବାର ଦେଖିବା ମଧ୍ୟ ଶୁଭ ବୋଲି ବିଶ୍ୱାସ କରାଯାଏ । ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଆପଣଙ୍କ ଶରୀରର ଠାରୁ ତଳ ଆଡ଼କୁ ପଡୁଥିବାର ଦେଖନ୍ତି କିମ୍ବା କୌଣସି କାନ୍ଥ ବା କବାଟରେ ତଳେ ପଡୁଥିବାର ଦେଖନ୍ତି ତେବେ ଏହା ଆପଣଙ୍କୁ ରୂଣରୁ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଯଦି ଆପଣଙ୍କୁ ଏହି ସ୍ୱପ୍ନ ଦେଖିଥାନ୍ତି, ତେବେ ବୁଝି ଯାଆନ୍ତୁ ଆପଣ ଖୁବ ଶୀଘ୍ର ୠଣରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି । ସ୍ୱପ୍ନ ଦେଖିବା ପରେ ଶିବଙ୍କ ଉପରେ ଧୂତୁରା ଫୁଲ ନିଶ୍ଚିତ ଅର୍ପଣ କରନ୍ତୁ ।

Google

୪. ଲୁଣ ଦାନ କରିବା ଲାଭଦାୟକ ହୋଇଥାଏ ।

ଯଦି ଆପଣ ଆପଣଙ୍କ ସ୍ୱପ୍ନରେ କାହାକୁ ଲୁଣ ଦାନ କରୁଛନ୍ତି, ତେବେ ଏହି ସ୍ୱପ୍ନ ୠଣରୁ ମୁକ୍ତି ଦେଇଥାଏ ବୋଲି ପ୍ରମାଣ କରିଥାଏ । ଯଦି ଆପଣଙ୍କୁ ଏହି ସ୍ୱପ୍ନ ଆସିଯାଏ, ତେବେ ବୁଝି ଯାଆନ୍ତୁ ଆପଣଙ୍କ ଉପରେ କାହାର ଯେତେ ମଧ୍ୟ ଋଣ ଥାଉ , ଆପଣ ଏହି ୠଣରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି । ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ଦେଖନ୍ତି କୌଣସି ବ୍ୟକ୍ତି ଆପଣଙ୍କୁ ଲୁଣ ଦେଉଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଋଣ ବଢିବା ପାଇଁ ଯାଉଛି ।

Google

୫. ସୂର୍ଯ୍ୟ ଦେବତା ୠଣରୁ ମୁକ୍ତି ଦେଇଥାନ୍ତି:-

Google

ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ଲାଲ୍ ଲଙ୍କାର ମଞ୍ଜି ଓ ଜଳର ଅର୍ଘ୍ୟ ଭଗବାନ ସୂର୍ଯ୍ୟଙ୍କୁ ଦାନ କରୁଥାନ୍ତି ବୋଲି ଦେଖନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ଋଣରୁ ମୁକ୍ତି ମିଳିଥାଏ । ଏପରି ସ୍ବପ୍ନ ବହୁତ୍ କମ ଆସିଥାଏ । କୁହାଯାଏ ଏପରି ସ୍ବପ୍ନ ଯାହାକୁ ଆସିଥାଏ ବୁଝି ଯାଆନ୍ତୁ ସେହି ଲୋକର ବର୍ଷ ପୁରୁଣା ଋଣ ସୁଝି ଯାଇଥାଏ । ଯଦି ଆପଣ ଏପରି ସ୍ୱପ୍ନ ଦେଖୁଛନ୍ତି, ତେବେ ବୁଝି ଯାଆନ୍ତୁ ଆପଣ ୠଣରୁ ମୁକ୍ତି ପାଇବାକୁ ଯାଉଛନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *