ନିଜ ହାତ ପାପୁଲିର ରଙ୍ଗ ଦ୍ୱାରା ଜାଣନ୍ତୁ , ଆପଣ କେତେ ଭାଗ୍ୟଶାଳୀ ଅଟନ୍ତି

ହାତ ପାପୁଲି ଏବଂ ତାର ରଙ୍ଗ ମାଧ୍ୟମରେ ଭାଗ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ। ସମସ୍ତ ଗ୍ରହ ଏବଂ ଗ୍ରହ ମାନଙ୍କର ରେଖା ହାତ ପାପୁଲିରେ ରହିଥାଏ। ପାପୁଲିର ରଙ୍ଗ ସାହାଯ୍ୟରେ ସ୍ୱଭାବ , ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ବିଷୟରେ ସହଜରେ ଜାଣିହେବ , କିନ୍ତୁ ପାପୁଲିକୁ ଦେଖିବାର ସକାଳ ସମୟ ସର୍ବୋତ୍ତମ ସମୟ ଅଟେ , ନଚେତ ରଙ୍ଗ କିମ୍ବା ରେଖା କିଛି ଜଣା ପଡିବ ନାହିଁ।

ମଙ୍ଗଳ ପ୍ରାଧାନ୍ୟ ଲୋକଙ୍କର ପାପୁଲି ଲାଲ ରଙ୍ଗର ହୋଇଥାଏ:-

ଏହିପରି ଲୋକମାନେ କ୍ରୋଧି ଏବଂ ରାଗି ମିଜାଜର ହୋଇଥାନ୍ତି।

ଯଦି ଆଙ୍ଗୁଠି ଛୋଟ ହୋଇଥାଏ , ତେବେ ଏମାନେ ମଧ୍ୟ ହିଂସକ ମଧ୍ୟ ହୋଇଥାନ୍ତି।

ଏହିପରି ଲୋକମାନଙ୍କୁ ଖାଇବା ପିଇବା ଏବଂ ଗାଡି ଚଳାଇବାରେ ସାବଧାନତା ଅବଲମ୍ବନ କରିବାକୁ ପଡିବ

Google

ହଳଦିଆ ରଙ୍ଗର ପାପୁଲି କଣ କହିଥାଏ:-

ବୃହସ୍ପତି ଦୁର୍ବଳ ହେବାଦ୍ୱାରା ହାତ ପାପୁଲି ହଳଦିଆ ହୋଇଯାଏ।

ଏହା ରୋଗ , କ୍ରୋଧ ଏବଂ ଆଳସ୍ୟପଣର ସୂଚନା ହୋଇଥାଏ।

ଏପରି ଲୋକମାନେ କୌଣସି କାରଣରୁ ବିରକ୍ତ ହୋଇଥାନ୍ତି।

ଏହିପରି ଲୋକମାନଙ୍କୁ ନିଶ୍ଚିତ ଭାବରେ ଉପବାସ ରଖିବା ଉଚିତ ଏବଂ ମଦ୍ୟପାନରୁ ମଧ୍ୟ ଦୂରେଇ ରହିବା ଉଚିତ୍।

କଳା ରଙ୍ଗର ହାତ ପାପୁଲିର ଅର୍ଥ କ’ଣ:-

ଯେତେବେଳେ ଶନି ଏବଂ ରାହୁ ଜୀବନରେ ନକାରାତ୍ମକ ହୋଇଥାନ୍ତି , ସେତେବେଳେ ଏପରି ପାପୁଲି ହୋଇଥାଏ।

ଏହା ଜୀବନରେ ଅତ୍ୟଧିକ ସଂଘର୍ଷ ଏବଂ ଉତ୍ଥାନ-ପତନ ବିଷୟରେ କହିଥାଏ।

ଏହିପରି ଲୋକଙ୍କୁ ପ୍ରତ୍ୟେକ ପଦକ୍ଷେପରେ ପରିଶ୍ରମ କରିବାକୁ ପଡ଼ିଥାଏ , ଏବଂ ଏମାନେ ତାହା ମଧ୍ୟ କରନ୍ତି।

ଏମାନଙ୍କୁ ଦାନ ଏବଂ ନିଜ ପିତାମାତାଙ୍କର ସେବା କରିବା ଉଚିତ।

Google

ଗୋଲାପୀ ରଙ୍ଗର ହାତ ପାପୁଲିର ଅର୍ଥ କଣ:-

ଗୋଲାପୀ ରଙ୍ଗର ହାତ ପାପୁଲିକୁ ସର୍ବୋତ୍ତମ ପାପୁଲି ଭାବରେ ବିବେଚନା କରାଯାଏ।

ଏହା ଶୁକ୍ରଙ୍କର ଶକ୍ତିଶାଳୀ ପ୍ରଭାବ ବିଷୟରେ କହିଥାଏ।

ବ୍ୟକ୍ତି ଅଗ୍ରଗତି କରିବା ସହିତ ହାତ ପାପୁଲି ମଧ୍ୟ ଗୋଲାପୀ ହୋଇଯାଏ।

ଯେଉଁମାନଙ୍କର ପାପୁଲି ଆରମ୍ଭରୁ ଗୋଲାପୀ ରହିଥାଏ , ଏହିଭଳି ଲୋକମାନେ ଜନ୍ମରୁ ହିଁ ସମୃଦ୍ଧ ହୋଇଥାନ୍ତି।

ଏମାନଙ୍କୁ ଅହଂକାର ଏବଂ ଭୁଲ ଆକର୍ଷଣରୁ ଦୂରେଇ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *