ଭକ୍ତମାନଙ୍କୁ ସୋମବାର ଦିନ ଏହି କାର୍ଯ୍ୟ କରିବା ଆବଶ୍ୟକ, ପ୍ରଭୁ ଶିବଙ୍କ ଆଶୀର୍ବାଦ ମିଳିବ, ଜୀବନରେ ସମସ୍ତ କଷ୍ଟ ଦୂର ହେବ।

ସୋମବାର ଭଗବାନ ଶିବଙ୍କ ଦିନ ଭାବରେ ବିବେଚନା କରାଯାଏ, ଏହି ସୋମବାର ଦିନ ପ୍ରଭୁ ଶିବଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ଏହା ବ୍ୟତୀତ ଯଦି ଚନ୍ଦ୍ରଗ୍ରହ ସହିତ ଜଡିତ କିଛି ଉପାୟ କରାଯାଏ ତ , ତେବେ ଏହା ଶୁଭ ଫଳାଫଳ ଦେଇଥାଏ । ଶାସ୍ତ୍ର ଅନୁସାରେ ଯଦି ଭଗବାନ ଶିବଙ୍କ ପ୍ରତି ଟିକିଏ ଭକ୍ତି କରାଯାଏ ତ ମହାଦେବ ଏଥିରେ ସନ୍ତୁଷ୍ଟ ହୁଅନ୍ତି ଏବଂ ତାଙ୍କର ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି । ଯଦି ଆପଣ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ସୋମବାର ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଯଦି ଆପଣ ସୋମବାର ଭଗବାନ ଶିବଙ୍କୁ ପୂଜା କରିବା ସହିତ ଚନ୍ଦ୍ର ଗ୍ରହ ସହ ଜଡିତ କିଛି ପ୍ରତିକାର କରନ୍ତି, ତେବେ ଆପଣ ଆପଣଙ୍କ ଜୀବନରେ ଶୁଭ ଫଳାଫଳ ପାଇବେ । ତାହେଲେ ଆସନ୍ତୁ ଜାଣିବା କେଉଁ ବିଶେଷ ଉପାୟ ଦ୍ୱାରା ଆମେ ସୋମବାର ପ୍ରଭୁ ଶିବଙ୍କ କୃପା ପାଇପାରିବା |

ଭକ୍ତମାନେ ସୋମବାରଦିନ ଏହି ଉପାୟ ନିଶ୍ଚିତ କରିବା ଉଚିତ୍।

ସୋମବାରଦିନ ପ୍ରଭୁ ଶିବଙ୍କର ବିଶେଷ ପୂଜାଅର୍ଚ୍ଚନା କରାଯାଏ ଏବଂ ପ୍ରଭୁ ଶିବଙ୍କର ଜଳରେ ଅଭିଷେକ କରାଯାଏ। ଯଦି ଆପଣ ପ୍ରଭୁ ଶିବଙ୍କ ଜଳାଭିଷେକ କରୁଛନ୍ତି ତାହେଲେ ଏହି ସମୟ ମଧ୍ୟରେ ଆପଣଙ୍କୁ  କିଛି ତିଳ ମିଶାଇ ୧୧ ଟି ବେଲ ପତ୍ର ସହିତ ପ୍ରଭୁ ଶିବଙ୍କୁ ଅର୍ପଣ କରନ୍ତୁ । ଆପଣ ଏଥିରୁ ବିଶେଷ ଲାଭ ପାଇବେ । ପୁରାତନ ବିଶ୍ୱାସ ଅନୁଯାୟୀ ଦେଖିବା ତ  ଶିବଲିଙ୍ଗ ଉପରେ ମିଶ୍ରି ଅର୍ପଣ କରିବା ପରେ ଜଳ ଢାଳିବା ଉଚିତ । ଯଦି ଆପଣ ଏହିପରି ପୂଜା  କରିବେ, ତାହେଲେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ପୂଜାର ଫଳ ପାଇବେ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଚନ୍ଦ୍ର ଗ୍ରହର ସ୍ଥିତି ଦୁର୍ବଳ ଅଛି, ତାହେଲେ ଏହି କାରଣରୁ ଜୀବନରେ ଅନେକ ସମସ୍ୟା ଆରମ୍ଭ ହୋଇଥାଏ, ଯଦି ଆପଣ ଚନ୍ଦ୍ର ଗ୍ରହର ଅନୁକୂଳ ପ୍ରଭାବ ପାଇବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ସୋମବାର ଦିନ ଆପଣ ସମସ୍ତ ପ୍ରକାରର ଧଳା ଖାଦ୍ୟ ଯେମିତି କି କ୍ଷୀର, କ୍ଷୀରରେ ତିଆରି ଦ୍ରବ୍ୟ , ଚାଉଳ, ଧଳା ତେଲ,ମିଠା, ବର୍ଫି ଇତ୍ୟାଦି ଖାଇବେ।

ଯଦି ଆମେ ପୁରାଣ ମାନ୍ୟତା ଅନୁସାରେ ଦେଖିବା ତ, ସୋମବାର ଦିନ ଯଦି ଆପଣ ଏକ ଧଳା ଗାଈକୁ ରୁଟି ଏବଂ ଗୁଡ଼ ଚିନି ଖାଇବାକୁ ଦେବେ, ତାହେଲେ ଜୀବନର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଏ ।ଶାସ୍ତ୍ର-ପୁରାଣରେ ଗାଈ ମାତାଙ୍କୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମାନାଯାଏ । କୁହାଯାଏ ଯେ ଯେଉଁ ସ୍ଥାନରେ ଗାଈମାତା ବସିଥାନ୍ତି, ବସିଥିବା ସ୍ଥାନ ପବିତ୍ର ହୋଇଯାଏ। ହିନ୍ଦୁ ଧର୍ମରେ ଗାଈ ମାତାଙ୍କୁ ମଧ୍ୟ ପୂଜନୀୟ ବୋଲି ମାନାଯାଏ।

ଯଦି କୌଣସି ବ୍ୟକ୍ତିଙ୍କର ଧନ ପ୍ରାପ୍ତି କରିବାକୁ ଇଚ୍ଛା ଥାଏ, ତାହେଲେ ଏଥିପାଇଁ ସୋମବାର ଦିନ ଅଟା ଗୋଳି କରି ମାଛମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଶୀଘ୍ର ଧନ ପ୍ରାପ୍ତି କରିବାର ସମ୍ଭାବନା ଥାଏ । ଏହା ବ୍ୟତୀତ ଯଦି ଆପଣ ଏହି ଦିନ ପୂଜା ଅର୍ଚ୍ଚନା କରନ୍ତି, ତାହେଲେ ଏହା ଭଗବାନ ଶିବଙ୍କ କୃପା ସହିତ ଚନ୍ଦ୍ର ଗ୍ରହର ସମ୍ପୂର୍ଣ୍ଣ ପ୍ରଭାବକୁ ସମାପ୍ତ କରିବେ।]

ଧର୍ମ ଶାସ୍ତ୍ରରେ ଦାନ ପୁଣ୍ୟକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମାନାଯାଏ । ଯଦି ଆପଣ ସୋମବାର ଦିନ କ୍ଷୀର,ଦହି, ଧଳା କପଡା, ଚିନି ଇତ୍ୟାଦି ଧଳା ଜିନିଷ ଦାନ କରନ୍ତି, ଏମିତି କରିବା ଦ୍ୱାରା ଏହା ଲାଭଦାୟକ ହୋଇଥାଏ ଯଦି ଆପଣ ଚାହାଁନ୍ତି, ଆପଣ ଏହି ଦିନ କ୍ଷୀରି ତିଆରି କରି ଗରିବ ଲୋକଙ୍କୁ ଖାଇବାକୁ ଦେଇପାରିବେ।

Google

ସୋମବାର ପାଇଁ ଉପରୋକ୍ତ କିଛି ବିଶେଷ ଉପାୟ  ବିଷୟରେ ଆପଣଙ୍କୁ ସୂଚନା ଦିଆଯାଇଛି । ଯଦି ଆପଣ ସୋମବାର ଏହି ସରଳ କାର୍ଯ୍ୟ କରନ୍ତି, ତାହେଲେ ଏହା ଦ୍ୱାରା ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଚନ୍ଦ୍ରଗ୍ରହଣ ମଧ୍ୟ ଶାନ୍ତ ରହିବ । ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏହି ପ୍ରତିକାର ଗୁଡ଼ିକ ଆପଣଙ୍କ ଜୀବନର ସମସ୍ତ ଅସୁବିଧାକୁ ଦୂର କରିପାରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତମାନେ ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *