ବିବାହ ପରର ପ୍ରଥମ ଦିନ କରୁଥିବା ଏହି ଭୁଲ୍ ସମ୍ପର୍କକୁ ଦୁର୍ବଳ କରିପାରେ

ଯେତେବେଳେ କାହାର ବିବାହ ହୁଏ , ତାର ଜୀବନରେ ଏକ ନୂତନ ଆରମ୍ଭ ହୋଇଥାଏ। ଦୁଇ ଜଣ ନୂତନ ଲୋକ , ନୂତନ ପରିବାର ପରସ୍ପର ସହିତ ଜଡିତ ହୋଇଥାନ୍ତି। ଭାରତୀୟ ପରମ୍ପରାରେ ବିବାହକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବିବାହ କିଛି ଦିନର ନୁହେଁ ବରଂ ଜୀବନ ସାରା ଦୁହେଁ ଦୁହିଁଙ୍କ ସହିତ ରହି , ପରସ୍ପରକୁ ସମର୍ଥନ କରିବା ଅଟେ। ଯେତେବେଳେ ଏକ ନୂତନ ବିବାହ ହୁଏ , ସେତେବେଳେ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝିବା ପାଇଁ କିଛି କଥା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଜାଣତରେ କିମ୍ବା ଅଜାଣତରେ ବିବାହର ପ୍ରଥମ ଦିନରେ ଦମ୍ପତିମାନେ ଏଭଳି କିଛି ଭୁଲ କରନ୍ତି , ଯାହାଦ୍ୱାରା ସେମାନଙ୍କ ସମ୍ପର୍କ ଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯାଏ। ଦମ୍ପତିମାନେ ପ୍ରାୟତଃ କରୁଥିବା ଭୁଲ୍ ଗୁଡିକୁ ଆସନ୍ତୁ ଜାଣିବା।

Google

ବିବାହ ପରେ ଯେତେବେଳେ ଦୁଇ ଜଣ ପରସ୍ପର ସହିତ ଜଡିତ ହୁଅନ୍ତି , ସେତେବେଳେ ଉଭୟଙ୍କୁ ଟିକିଏ ପରିବର୍ତ୍ତନ ହେବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ ଉଭୟଙ୍କ ମଧ୍ୟରୁ କୌଣସି ଜଣେ ଅନ୍ୟକୁ ନିଜ ଉପାୟରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଏହି ଅଭ୍ୟାସ ଗୁଡିକ ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇପାରେ। ଦମ୍ପତିମାନଙ୍କୁ ସର୍ବଦା ଉଭୟଙ୍କର ପସନ୍ଦ ଏବଂ ନାପସନ୍ଦ , ଗୋପନୀୟତା ଏବଂ ପସନ୍ଦ ଉପରେ ଧ୍ୟାନ ରଖିବା ଉଚିତ।

ଆଜିର ସମୟରେ ଉଭୟ ପୁରୁଷ ଓ ମହିଳା କାର୍ଯ୍ୟ କରୁଛନ୍ତି। ତେଣୁ ବିବାହ ପରେ ଟଙ୍କାକୁ ବିଷୟରେ ଆଲୋଚନା ନ କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ସମସ୍ୟା ଆସିପାରେ। ତେଣୁ ବିବାହ ପରେ କିମ୍ବା ପୂର୍ବରୁ ଆର୍ଥିକ ବିଷୟଗୁଡ଼ିକୁ ନେଇ କଥାବାର୍ତ୍ତା କରିନେବା ଉଚିତ। ଯାହାଦ୍ୱାରା ଆପଣଙ୍କୁ ଆଗକୁ ଯାଇ କୌଣସି ଅସୁବିଧା ହେବ ନାହିଁ ଏବଂ ଆପଣ ଦୁହେଁ ଆପଣଙ୍କର ଜୀବନଶୈଳୀକୁ ଆରାମରେ ବଜାୟ ରଖି ପାରିବେ।

ଅଧିକାଂଶ ଘରର କାମ ମହିଳାମାନଙ୍କ ଦ୍ୱାରା କରାଯାଇଥାଏ। କିନ୍ତୁ ଯଦି ପରିବାର ବଡ଼ ଅଟେ କିମ୍ବା ଯଦି ପତ୍ନୀ ମଧ୍ୟ ଚାକିରୀ କରିଥିବେ , ତେବେ ଘରର କାମକୁ ପରସ୍ପର ମଧ୍ୟରେ ବାଣ୍ଟିନେବା ଉଚିତ। ନଚେତ କାର୍ଯ୍ୟକୁ ନେଇ ପରିବାର ଏବଂ ଆପଣଙ୍କ ସମ୍ପର୍କ ମଧ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଘରେ ଏବଂ ପରିବାରରେ ବସି ଆରାମରେ ଆଲୋଚନା କରିନେବା ଉଚିତ।

Google

ଯେତେବେଳେ ବିବାହର ପ୍ରଥମ ଦିନ ହୋଇଥାଏ ,  ପ୍ରାୟତଃ ଦେଖାଯାଏ ଯେ ଦମ୍ପତିମାନେ ପରସ୍ପରକୁ କିମ୍ବା ପରିବାରକୁ ଖୋଲାଖୋଲି ଭାବରେ କୌଣସି କଥା କହିବାକୁ ସକ୍ଷମ ହୋଇ ନଥାନ୍ତି। ଏହି ସମସ୍ୟା ଝିଅମାନଙ୍କ ସହିତ ଅଧିକ ହୋଇଥାଏ , କାରଣ ସେମାନେ ନୂଆ କରି ପରିବାରକୁ ଯାଇଥାନ୍ତି। କୌଣସି ସମସ୍ୟା କିମ୍ବା କଥାକୁ ମନରେ ରଖିବା ଠିକ୍ ନୁହେଁ। ପରିବାର କିମ୍ବା ଜୀବନ ସାଥୀଙ୍କ ସହିତ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତୁ , କାରଣ ଭବିଷ୍ୟତରେ ଛୋଟ ଜିନିଷ ବଡ଼ ହୋଇପାରେ।

ଯେତେବେଳେ ଏକ ନୂତନ ବିବାହ ହୋଇଥାଏ , ତେବେ ପରସ୍ପରକୁ ବୁଝିବା ପାଇଁ କିଛି ସମୟ ଲାଗିଥାଏ। ବେଳେବେଳେ ଏହି କାରଣରୁ ପରସ୍ପର ମଧ୍ୟରେ କଳହ ହୋଇଥାଏ। କିନ୍ତୁ ଏହାକୁ ତୃତୀୟ ବ୍ୟକ୍ତି କିମ୍ବା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଆଲୋଚନା କରିବା ଠିକ୍ ନୁହେଁ। ଏହାଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ। କୌଣସି ସମସ୍ୟା କିମ୍ବା ଅସୁବିଧା ପରସ୍ପର ସହିତ କିମ୍ବା ପରିବାର ସହିତ ମିଳିମିଶି ସମାଧାନ କରନ୍ତୁ।

ବନ୍ଧୁଗଣ ଏହି ଆର୍ଟିକିଲଟି ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *