ପ୍ରତ୍ୟେକ ଝିଅ ପାଇଁ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଏହି ସହଜ ସୌନ୍ଦର୍ଯ୍ୟ ଟିପ୍ସ କାମରେ ଆସିବ

ନିଜର ଆକର୍ଷଣୀୟ ଅଭିନୟ ସହିତ ଉଜ୍ୱଳ ଚେହେରା ମାଧ୍ୟମରେ ତାପସୀ ପନ୍ନୁ ଜଣାଶୁଣା ଅଟନ୍ତି। ତାଙ୍କର ହାଲୁକା ମେକଅପ ଲୁକକୁ ସମସ୍ତେ ପସନ୍ଦ କରନ୍ତି। ତାଙ୍କର ଚର୍ମର ଯତ୍ନ ବିଷୟରେ କହିବାକୁ ଗଲେ , ତାପସୀ ବ୍ୟୁଟି ପ୍ରଡକ୍ଟ ପରିବର୍ତ୍ତେ ଘରେ ତିଆରି ଜିନିଷ ବ୍ୟବହାର କରିବା ଅଧିକ ଲାଭଦାୟକ ବୋଲି ବିବେଚନା କରନ୍ତି। ସେ ତାଙ୍କ ଚର୍ମ ଯତ୍ନ ରୁଟିନରେ ଘରେ ତିଆରି ଓ ସହଜରେ ଉପଲବ୍ଧ ଜିନିଷକୁ ଫେସପ୍ୟାକ କରି ବ୍ୟବହାର କରିବାକୁ ବହୁତ ପସନ୍ଦ କରନ୍ତି। ଏହାଦ୍ୱାରା ଚର୍ମ ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ମଧ୍ୟ ନଥାଏ। ତାହା ସହିତ ସୁନ୍ଦର , ନରମ ଏବଂ ଉଜ୍ଜ୍ୱଳ ଚର୍ମ ପାଇବାରେ ମଧ୍ୟ ସାହାଯ୍ୟ ମିଳିଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ତାପସୀଙ୍କ ପରି ସ୍ୱଚ୍ଛ ଏବଂ ଉଜ୍ୱଳ ଚର୍ମ ପାଇବାକୁ ଚାହୁଁଛନ୍ତି , ତେବେ ତାଙ୍କର ଚର୍ମ ଯତ୍ନ ରୁଟିନ ବିଷୟରେ ଆସନ୍ତୁ ଜାଣିବା।

Google

ସଠିକ ମାତ୍ରାରେ ଶୋଇବା:-

ଶୋଇବା ଅଭାବର ପ୍ରଭାବ ଚେହେରାରେ ସ୍ପଷ୍ଟ ଦେଖା ଯାଇଥାଏ। ଏହାଦ୍ୱାରା ଡାର୍କ ସର୍କଲ , ଦୁର୍ବଳ , ଶୁଷ୍କ ଏବଂ ଥକାପଣରେ ପରିପୂର୍ଣ୍ଣ ଚେହେରା ଦେଖାଯାଏ। ତେଣୁ ଦିନସାରାର ଥକ୍କାପଣକୁ ଦୂର କରିବା ପାଇଁ ସଠିକ ପରିମାଣର ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ନଚେତ ଚେହେରା ନିଜର ସୌନ୍ଦର୍ଯ୍ୟ ହରାଇବା ଆରମ୍ଭ କରିଥାଏ। ଏପରି ପରିସ୍ଥିତିରେ ତାପସୀ ତାଙ୍କ ମୁହଁରେ ଚମକ ବଜାୟ ରଖିବା ପାଇଁ ୮ ଘଣ୍ଟା ଶୋଇବା ଉଚିତ ବୋଲି ବିବେଚନା କରନ୍ତି। ତାପସୀଙ୍କ ଅନୁଯାୟୀ ସଠିକ ପରିମାଣରେ ଶୋଇବା ଦ୍ୱାରା ମୁହଁରେ ଚମକ ଆପେ ଆପେ ଆସି ଯାଇଥାଏ ।

ଘରୋଇ ଫେସପ୍ୟାକ୍ ବ୍ୟବହାର କରନ୍ତୁ:-

ଘରେ ସହଜରେ ମିଳୁଥିବା ପ୍ରାକୃତିକ ଜିନିଷ ସହିତ ପ୍ରସ୍ତୁତ ଫେସପ୍ୟାକ ବ୍ୟବହାର କରି ତାପସୀ ତାଙ୍କ ଚର୍ମର ଯତ୍ନ ନିଅନ୍ତି। ସେ କହିଛନ୍ତି ଯେ ସେ ଟମାଟୋ ଏବଂ ଆଲୋଭେରା ଦ୍ୱାରା ପ୍ରସ୍ତୁତ ଫେସମାସ୍କକୁ ନିଜ ମୁଁହରେ ଲଗାନ୍ତି। ଟମାଟୋ ଲଗାଇବା ଦ୍ୱାରା ମୁହଁରୁ ଦାଗ , କଳାଦାଗ ଆଦି ସମସ୍ୟା ଦୂର ହୋଇଥାଏ। ଆଲୋଭେରା ଚର୍ମକୁ ଗଭୀର ପୋଷଣ କରିବା ସହିତ , ଚର୍ମ ସହିତ ଜଡିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ସୁନ୍ଦର , ନରମ ଏବଂ ଉଜ୍ଜ୍ୱଳ ଚର୍ମ ଦେବା ପାଇଁ କାର୍ଯ୍ୟ କରିଥାଏ।

Google

ଶୋଇବା ପୂର୍ବରୁ ମେକଅପ ସଫା କରିବାକୁ ଭୁଲନ୍ତୁ ନାହିଁ:-

ଚର୍ମ ସମସ୍ୟାକୁ ଏଡାଇବା ପାଇଁ ତାପସୀ ଶୋଇବା ପୂର୍ବରୁ ମୁହଁରେ ଥିବା ମେକଅପକୁ ସଫା କରିବାକୁ ଭୁଲନ୍ତି ନାହିଁ। ତାପସୀ ତାଙ୍କ ମେକଅପ ସଫା କରିବା ପାଇଁ ଗୋଲାପ ଜଳ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏହା ଚର୍ମରେ ଥିବା ମଇଳାକୁ ଗଭୀର ଭାବରେ ସଫା କରିଥାଏ ଏବଂ ଚର୍ମକୁ ପ୍ରାକୃତିକ ଭାବରେ ଉଜ୍ଜ୍ୱଳ କରିଥାଏ। ନଚେତ ରାତିସାରା ମୁହଁରେ ଲଗାଯାଇଥିବା ମେକଅପ ଚର୍ମକୁ ନଷ୍ଟ କରିପାରେ। ଏହି ପରିସ୍ଥିତିରେ ପ୍ରତିଦିନ ନିଜ ମୁହଁକୁ ସଫା କରି ଶୋଇବା ଉଚିତ୍।

ଯୋଗ କରିବାଦ୍ୱାରା ଚେହେରାକୁ ଉଜ୍ଜ୍ୱଳ ରହିଥାଏ:-

ଚର୍ମକୁ ନରମ ଏବଂ ଉଜ୍ଜ୍ୱଳ କରିବାପାଇଁ ତାପସୀ ଯୋଗ କରିବାକୁ ଭୁଲି ନାହାଁନ୍ତି। ସେ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଯୋଗ କରନ୍ତି।ଏହାଦ୍ୱାରା କଳାଦାଗ , ଦାଗ ଆଦି ମୁଁହରୁ ଦୂର ହୋଇଥାଏ। ମୁହଁରେ ପ୍ରାକୃତିକ ଉଜ୍ଜ୍ୱଳତା ଆସିବା ସହିତ ମନ ଶାନ୍ତ ରହିଥାଏ। ତାପସୀ କହିଛନ୍ତି ଯେ ପ୍ରତିଦିନ ଯୋଗ କରିବା ଦ୍ୱାରା ଚର୍ମ ଭଲ ହେବା ସହିତ ମନରେ ଚାଲିଥିବା ଖରାପ ଚିନ୍ତାଧାରାରୁ ମୁକ୍ତି ମିଳିଥାଏ।

Google

ତେଲିଆ ଖାଦ୍ୟ ପସନ୍ଦ କରନ୍ତି ନାହିଁ:-

ବାହାରେ ତେଲିଆ ଏବଂ ଜଙ୍କ ଫୁଡ ଖାଇବାକୁ ଭଲ ଲାଗିଥାଏ। କିନ୍ତୁ ଏହାର ବ୍ୟବହାର ଶରୀର ତଥା ଚେହେରାକୁ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ମୁଁହରେ ଦାଗ , ଲାଲ ଦାଗ , ବ୍ଲାକ ହେଡ୍ସ ଇତ୍ୟାଦି ସାମ୍ନା କରିବାକୁ ପଡିଥାଏ।  ଏଭଳି ପରିସ୍ଥିତିରେ ଏହି ସବୁ ଅସୁବିଧାକୁ ଏଡାଇବା ପାଇଁ ଏବଂ ନିଜର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ତେଲିଆ ଏବଂ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତି। ଏହା ପରିବର୍ତ୍ତେ ତାଜା ଫଳ ଏବଂ ପନିପରିବା ଖାଇବାକୁ ସେ ପସନ୍ଦ କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *