ଭୁଲରେ ମଧ୍ୟ ଏହି ଜିନିଷଗୁଡ଼ିକୁ ପର୍ସରେ ରଖନ୍ତୁ ନାହିଁ, ନହେଲେ ଆପଣ ଦରିଦ୍ର ହୋଇଯିବେ ।

ସମସ୍ତ ବ୍ୟକ୍ତି ନିଜ ଟଙ୍କା ରଖିବା ପାଇଁ ପର୍ସ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଆର୍ଥିକ ଅବସ୍ଥା ପର୍ସ ସହିତ ମଧ୍ୟ ଜଡିତ ହୋଇଥାଏ । ହଁ, ବାସ୍ତୁ ଅନୁସାରେ, ପର୍ସରେ ରଖାଯାଇଥିବା ଜିନିଷଗୁଡ଼ିକ ମଧ୍ୟ ଆର୍ଥିକ ସମୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ଆଜି ଏହି ପର୍ଯ୍ୟାୟରେ, ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ପର୍ସରେ ରଖିବା ଉଚିତ ନୁହେଁ ଏହା ଆର୍ଥିକ କ୍ଷତି ଘଟାଇଥାଏ ଏବଂ ଆପଣଙ୍କୁ ଗରିବ ମଧ୍ୟ କରିପାରେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ପର୍ସରେ ରଖିବା ଉଚିତ୍ ନୁହେଁ ।

ପ୍ରାୟତ ଦେଖାଯାଇ ଥାଏ ଲୋକମାନେ ନିଜ ପର୍ସରେ ବିଶ୍ୱାସ କରୁଥିବା ଭଗବାନଙ୍କ ଫଟୋ ରଖିଥାନ୍ତି । ଭଗବାନଙ୍କ ଚିତ୍ରକୁ ପର୍ସରେ ରଖିବା ଏକ ଭଲ କଥା ହୋଇଥାଏ କିନ୍ତୁ ସର୍ବଦା ମନେରଖନ୍ତୁ ଯେ ଫୋଟଟି କୌଣସି ସ୍ଥାନରେ କଟା କିମ୍ବା ଛିଣ୍ଡା ବା ପୁରାତନ ହେବା ଉଚିତ ନୁହେଁ । ପର୍ସରେ ଭଗବାନଙ୍କ ଫଟୋ ସବୁବେଳେ ନୂଆ ଏବଂ ସୁନ୍ଦର ହେବା ଉଚିତ ।

Google

ପର୍ସରେ ଟଙ୍କାକୁ ସବୁବେଳେ ଏକ ଢଙ୍ଗରେ ଏବଂ ଗଚ୍ଛିତ କରି ରଖିବା ଉଚିତ୍ । ପ୍ରାୟତ ଦେଖାଯାଇ ଥାଏ ଲୋକମାନେ ଯେକୌଣସି ପ୍ରକାର ଟଙ୍କା ରଖି ଦେଇଥାନ୍ତି । ଏହା କରିବା ଉଚିତ୍ ନୁହେଁ । ପର୍ସରେ ସଠିକ୍ ଭାବରେ ଟଙ୍କାକୁ ସିଧା କରି ରଖିବା ଉଚିତ ।ମୁଡ଼ି ଭାଙ୍ଗି କରି ରଖିବା ଦ୍ୱାରା ଟଙ୍କା କ୍ଷତି ହୋଇଥାଏ ।

ପର୍ସରେ କେବେବି ମଧ୍ୟ ନୋଟ୍ ଏବଂ ମୁଦ୍ରାକୁ ଏକ ସହିତ ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ଟଙ୍କା ନଷ୍ଟ ହେବାର ସମ୍ଭାବନା ବଢ଼ି ଯାଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି । ନୋଟକୁ ଅଲଗା ପକେଟରେ ଏବଂ ମୁଦ୍ରାଗୁଡ଼ିକୁ ଅଲଗା ପକେଟରେ ରଖିବା ଉଚିତ୍ । ମୁଦ୍ରାର ଅନାବଶ୍ୟକ ଧ୍ୱନି ମଧ୍ୟ ଭଲ ବୋଲି ବିଶ୍ୱାସ କରାଯାଏ ନାହିଁ । ମା ଲକ୍ଷ୍ମୀ ଏଥିପାଇଁ ଆପଣଙ୍କ ପାଖରେ ଅଟକନ୍ତି ନାହିଁ ।

କିଛି ଲୋକ ନିଜ ପର୍ସରେ ଅଶ୍ଳୀଳ ସାମଗ୍ରୀ ମଧ୍ୟ ରଖିଥାନ୍ତି । ଏହା ବହୁତ ଭୁଲ ହୋଇଥାଏ । ପର୍ସଟିକୁ ଅତ୍ୟନ୍ତ ପବିତ୍ର ଏବଂ ଦେବୀ ଲକ୍ଷ୍ମୀଙ୍କ ସ୍ଥାନ ବୋଲି ବିଶ୍ୱାସ କରାଯାଏ । ମାତା ଲକ୍ଷ୍ମୀଙ୍କ ସ୍ଥାନରେ ଅଶ୍ଳୀଳ ଜିନିଷ ରଖିବା ଠିକ୍ ନୁହେଁ । ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଏପରି ଲୋକଙ୍କ ପାଖରେ ଟଙ୍କା ମଧ୍ୟ ରହିଥାଏ ନାହିଁ ।

ପ୍ରାୟତ ଦେଖିବାକୁ ମିଳିଥାଏ କିଛି ଲୋକ ସର୍ବଦା ନିଜ ମୃତ ସମ୍ପର୍କୀୟଙ୍କ ଫଟୋ ପର୍ସରେ ଲଗାଇ କରି ରଖିଥାନ୍ତି । ବସ୍ତୁ ଦୃଷ୍ଟିରୁ ଏହାକୁ ଭଲ ବୋଲି ବିଶ୍ୱାସ କରାଯାଏ ନାହିଁ । ମୃତ ବ୍ୟକ୍ତିଙ୍କ ଫଟୋକୁ ପର୍ସରେ ରଖିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ଏବଂ ଶୁଭତା ହ୍ରାସ ପାଇଥାଏ ।

ବାସ୍ତୁରେ କୁହାଯାଇଛି ପର୍ସରେ ଟଙ୍କା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଅଧିକ ଜିନିଷ ରଖିବା ଉଚିତ୍ ନୁହେଁ । ଏହା କରିବା ଅତ୍ୟନ୍ତ ଖରାପ ହୋଇଥାଏ । ଅତ୍ୟଧିକ ବର୍ଜ୍ୟବସ୍ତୁ ଏବଂ କାଗଜକୁ ପର୍ସରେ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଟଙ୍କା ନଷ୍ଟ ହୋଇଥାଏ ।

ପ୍ରାୟତ ଦେଖାଯାଇ ଥାଏ ଲୋକମାନେ ଖାଇବା ପାଇଁ ବାହାରକୁ ଯାଇଥାନ୍ତି, ମହିଳା କିମ୍ବା ପୁରୁଷ କିଛି ଖାଇବା ପରେ ସେମାନେ ଅଇଁଠା ହାତରେ ପର୍ସରୁ ଟଙ୍କା ବାହାର ଦେଇଥାନ୍ତି । ଏହା ବହୁତ୍ ଖରାପ୍ ଅଭ୍ୟାସ ହୋଇଥାଏ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ପାଖରେ ବାସ କରନ୍ତି ନାହିଁ ଏବଂ ଆପଣଙ୍କର ପର୍ସ ସବୁବେଳେ ଖାଲି ରହିଥାଏ । ହାତକୁ ଭଲ ଭାବରେ ସଫା କରିବା ପରେ ପର୍ସକୁ ସ୍ପର୍ଶ କରିବା ଉଚିତ୍ ।

ବାସ୍ତୁରେ ଏହା କୁହାଯାଇଛି ପର୍ସରେ କୌଣସି ପ୍ରକାରର ତୀକ୍ଷ୍ଣ ଜିନିଷକୁ ରଖିବା ଅତ୍ୟନ୍ତ ଖରାପ୍ ହୋଇଥାଏ । ଏହାକୁ ବହୁତ୍ ଅଶୁଭ ବୋଲି ବିଶ୍ୱାସ କରାଯାଏ । ପର୍ସରେ ତୀକ୍ଷ୍ଣ ଜିନିଷ ରଖିଲେ ଦୋଷ ମଧ୍ୟ ବଢ଼ିଥାଏ ଏବଂ ଏହା ସହିତ ଆପଣଙ୍କ ହାତରୁ ବିନା କୌଣସି କାରଣରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେବାକୁ ଲାଗିଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *