ରବିବାର, ବୁଧବାର ଏବଂ ଗୁରୁବାର ଦିନ ଏହି ଉପାୟ କରନ୍ତୁ, ବାବା ଭୈରବନାଥ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଦେବେ ।

ରବିବାର, ବୁଧବାର ଏବଂ ଗୁରୁବାର ଦିନ ସୂର୍ଯ୍ୟଦେବ, ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ସମ୍ବଦ୍ଧ ଅଛି । କିନ୍ତୁ ଏହା ବ୍ୟତୀତ ଏହି ତିନି ଦିନ ବାବା ଭୈରବନାଥଙ୍କ ସହିତ ମଧ୍ୟ ସମ୍ବଦ୍ଧ ଅଛି । ବାବା ଭୈରବନାଥଙ୍କୁ ଆମେ ଭୈରବ ଏବଂ କାଳ ଭୈରବ ନାମରେ ମଧ୍ୟ ଜାଣିଛୁ । ପୁରାଣ ଅନୁସାରେ କାଳ ଭୈରବ ଭଗବାନ ଶିବଙ୍କର ଏକ ଅଂଶ ଅଟନ୍ତି । ନକାରାତ୍ମକତା ଏବଂ ଦୃଷ୍ଟ ଶକ୍ତିରୁ ମୁକ୍ତି ପାଇବା ପାଇଁ ପ୍ରାୟତ ଲୋକମାନେ ବାବା ଭୈରବନାଥଙ୍କ ଶରଣକୁ ଯାଇଥାନ୍ତି । ବାବା ଭୈରବନାଥଙ୍କ ଆଶୀର୍ବାଦରୁ ଜୀବନରେ ସୁଖ ଶାନ୍ତି ଆସିଥାଏ । ବାସ୍ତବରେ ବାବା ଭୈରବନାଥଙ୍କୁ ପ୍ରସନ୍ନ କରିବା ଅତି ସହଜ ହୋଇଥାଏ । ଆଜି ଆମେ ଆପଣଙ୍କୁ ବାବା ଭୈରବନାଥଙ୍କ କିଛି ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ବାବା ଭୈରବନାଥଙ୍କୁ ପ୍ରସନ୍ନ କରିପାରିବେ ।

କୁକୁରକୁ ରୁଟି ଦିଅନ୍ତୁ:-

Google

ପ୍ରଥମ ଉପାୟ ଏହା ହେଉଛି ଆପଣ ଗୋଟେ ରୁଟି ନିଅନ୍ତୁ ଏବଂ ତାହାକୁ ତେଲରେ ବୁଡାଇ ଦିଅନ୍ତୁ । ଏହା ପରେ ରୁଟିକୁ ତେଲରୁ ବାହାର କରି କଳା ରଙ୍ଗ କୁକୁର କିମ୍ବା ଦୁଇଟି ରଙ୍ଗ ଥିବା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଯଦି କୁକୁର ରୁଟି ଖାଇ ଦିଏ ତେବେ ଏହା ଏହି କଥାର ସଙ୍କେତ ହୋଇଥାଏ ବାବା ଭୈରବନାଥ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ସେହିପରି, ଯଦି କୁକୁର ସେହି ରୁଟି ଖାଏ ନାହିଁ, ତେବେ ଆପଣ ସେପର୍ଯ୍ୟନ୍ତ ଏହି ଉପାୟ ଜାରି ରଖିବା ଉଚିତ୍ । ଯେପର୍ଯ୍ୟନ୍ତ କୁକୁର ରୁଟି ନଖାଇଛି । ଏହି କଥା ଧ୍ୟାନ ରଖନ୍ତୁ ଆପଣ ଏହି ଉପାୟ ରବିବାର,ବୁଧବାର ଓ ଗୁରୁବାରରେ କରନ୍ତୁ ।

କଳା ତିଳ:-

Google

ବାବା ଭୈରବନାଥଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ ଆପଣ ଏହି ଉପାୟ କରନ୍ତୁ । ଆପଣ ଶହେ ପଚିଶ ଗ୍ରାମ କଳା ତିଳ,କଳା ମୁଗ ଡାଲି ଓ ୧୧ ଟଙ୍କା ଏକ କଳା ରଙ୍ଗର ପୋଟଳି ବାନ୍ଧି ଦିଅନ୍ତୁ । ଏବେ ଏହି ପୋଟଳିକୁ ଆପଣ ବାବା ଭୈରବନାଥଙ୍କ ମନ୍ଦିରରେ ରଖି ଦେଇ ଆସନ୍ତୁ । ଏହାଦ୍ୱାରା ଆପଣଙ୍କ ଉପରେ ବାବା ଭୈରବନାଥଙ୍କ ଆଶୀର୍ବାଦ ରହିଥାଏ ।

ଏହା କରନ୍ତୁ ଅର୍ପଣ:-

ଆପଣ ବୁଧୁବାର, ଗୁରୁବାର ଓ ଶୁକ୍ରବାର ଦିନ ବାବା ଭୈରବନାଥଙ୍କ ପୂଜା କରନ୍ତୁ ଏବଂ ପୂଜାରେ ସିନ୍ଦୂର, ନଡ଼ିଆ, ଧୂପ, ଫୁଲ ଓ ଜିଲିପି ଅବଶ୍ୟ ଅର୍ପଣ କରନ୍ତୁ । ଏହି ଜିନିଷଗୁଡିକ ଅର୍ପଣ କଲେ ବାବା ଭୈରବନାଥ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି । ଏହା ବ୍ୟତୀତ ରବିବାର ଦିନ ବାବା ଭୈରବନାଥଙ୍କ ସମ୍ମୁଖରେ ୩୩ଟି ଦୀପ ଅବଶ୍ୟ ଜାଳନ୍ତୁ ।

Google

ଲେମ୍ବୁ:-

ଗୁରୁବାର ଦିନ ବାବା ଭୈରବନାଥଙ୍କୁ ଲେମ୍ବୁ ଅର୍ପଣ କଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ । ଏଥିପାଇଁ ଆପଣ ୫ଟି ଗୁରୁବାର ପର୍ଯ୍ୟନ୍ତ ବାବା ଭୈରବନାଥଙ୍କୁ ୫ଟି ଲେମ୍ବୁ ଅର୍ପଣ କରନ୍ତୁ । ଏହା ବ୍ୟତୀତ ଆପଣ ଚାହାନ୍ତି ଯଦି କୁକୁରକୁ ଗୁରୁବାର ଦିନ ଗୁଡ଼ ଚିନି ମଧ୍ୟ ଖାଇବାକୁ ଦେଇ ପାରିବେ । ଏହା ଶୁଭ ଫଳ ପ୍ରଦାନ କରିଥାଏ ।

Google

ଦାନ:-

ଦାନକୁ ସବୁଠାରୁ ବଡ଼ ଧର୍ମ ବୋଲି କୁହା ଯାଇଥାଏ । ବୁଧୁବାର,ଗୁରୁବାର ଓ ରବିବାର ଦିନ ଆପଣ ଦୀନହୀନ ବା ଗରିବ ଲୋକମାନଙ୍କୁ ତାଙ୍କର ଆବଶ୍ୟକ ଥିବା ଜିନିଷ ଦାନ କରନ୍ତୁ । ଏହା ସହିତ ଭୋକିଲା ଲୋକଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଉପରେ ବାବା ଭୈରବନାଥଙ୍କ ଆଶୀର୍ବାଦ ସହିତ ଅନ୍ୟ ଦେବୀ ଦେବତାଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ଏବଂ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *