ଶନିବାର ଦିନ କର୍ପୁରରେ ଏହି ଉପାୟ କରନ୍ତୁ, ଶନି ଦୋଷା ହେବ ଦୂର, ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧାରୁ ମୁକ୍ତି ପାଇପାରିବେ।

ହିନ୍ଦୁ ଧର୍ମରେ ପୂଜା ପାଠ ସମୟରେ କର୍ପୁରର ବ୍ୟବହାର କରାଯାଇଥାଏ। କର୍ପୁରକୁ ଶୁଭ ବୋଲି ମାନାଯାଏ । ଏମିତି ବିଶ୍ୱାସ କରଯାଏ ଯେ ଯଦି ପୂଜା ସମୟରେ ଠାକୁରଙ୍କ ଆରତୀ କର୍ପୁର ସହିତ କରାଯାଏ ତ ଏମିତି କରିବା ଦ୍ୱାରା ଶୁଭ ହୋଇଥାଏ। କର୍ପୁରରେ ଗୋଟେ ନୁହେଁ ବରଂ କର୍ପୁରରେ ଅନେକ ଲାଭ ଅଛି। କର୍ପୁରର ବ୍ୟବହାର କରିବା ଦ୍ୱାରା ଘରର ପରିବେଶ ଶୁଦ୍ଧ ହୋଇଯାଇଥାଏ | ପରିବେଶରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଏହା ବ୍ୟତୀତ ଯଦି ଶନିବାର ଦିନ କର୍ପୁରରେ କିଛି ଉପାୟ କରାଯାଏ, ତ ନକରାତ୍ମାଶକ୍ତି ଦୂର ହୋଇଯାଇଥାଏ। କର୍ପୁରର ଏହି ଉପାୟ କରିବା ଦ୍ୱାରା ଜଣେ ବ୍ୟକ୍ତି ଶନିଦୋଷାରୁ ମୁକ୍ତି ପାଇପାରିବେ।

ଆଜି ଆମେ ଆପଣଙ୍କୁ କର୍ପୁରର କିଛି ଶକ୍ତିଶାଳୀ ଉପାୟ ବିଷୟରେ ଜଣେଇବା ପାଇଁ ଯାଉଛୁ, ଯଦି ଆପଣ ଶନିବାର ଦିନ ଏହି ଉପାୟ କରିବେ ତାହେଲେ ଆପଣ ଏଥିରୁ ଅନେକ ଲାଭ ପାଇବେ।

ଶନିବାର ଦିନ କର୍ପୁରରେ ଏହି ଉପାୟ କରନ୍ତୁ:-

Google

ଯଦି ଆପଣ ବି ମଧ୍ୟ ଶନିଦେବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତାହେଲେ ଏହି ଦିନ ଆପଣ ଅଶ୍ୱତ୍ଥ ଗଛ ମୂଳରେ ପାଣି ଢାଣନ୍ତୁ ଏବଂ କର୍ପୁରର ଆଳତୀ କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ଏଥିରୁ ଲାଭ ପ୍ରାପ୍ତି କରିବେ।

ଯଦି ଆପଣ ଟଙ୍କା ଉନ୍ନତି କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ରାତିରେ ରୋଷେଇ ଘର ସଫା କରିବା ପରେ ଏକ ରୂପା ପାତ୍ରରେ ଲବଙ୍ଗ ଏବଂ କର୍ପୁର ଜାଳନ୍ତୁ ଏମିତି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

ଯଦି ଆପଣ ଆପଣଙ୍କ ଜୀବନର ସମସ୍ତ କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଶନିବାର ଦିନ ଶନି ଦେବଙ୍କ ଆରତୀ କର୍ପୁରରେ କରନ୍ତୁ | ଏହି ଉପାୟ ଆପଣେଇ ଏମିତି ପ୍ରତିକାର କରି ଆପଣ ଶନିଦେବଙ୍କର ନକାରାତ୍ମକ ପ୍ରଭାବକୁ ହ୍ରାସ କରିପାରିବେ ଏବଂ ଜୀବନରେ ଆସୁଥିବା ସମସ୍ତ ଅସୁବିଧାରୁ ମଧ୍ୟ ମୁକ୍ତି ପାଇପାରିବେ।

Google

ଯଦି କୌଣସି ବ୍ୟକ୍ତିଙ୍କର ଜାତକରେ ପିତୃଦୋଷ କିମ୍ବା କାଳସର୍ପ ଦୋଷ ଅଛି , ତାହେଲେ ଏପରି ପରିସ୍ଥିତିରେ ସେହି ବ୍ୟକ୍ତିଙ୍କୁ ଶନିବାର ଦିନ କର୍ପୁର ଦାନ କରିବାକୁ ପଡିବ। ଏମିତି କରିବା ଦ୍ୱାରା ଜାତକରେ ଥିବା ଦୋଷ କମ ହୋଇଥାଏ।

ଶନିବାର ଦିନ ସନ୍ଧ୍ୟାରେ, ଆପଣ ହନୁମାନ ଚାଳିସା ପାଠ କରନ୍ତୁ , ଏହା ପରେ, ଆପଣ କର୍ପୁର ଜଳାଇ ପ୍ରଭୁ ହନୁମାନଙ୍କର ଆରତୀ କରିବେ। ଏହି ଉପାୟରେ ପ୍ରତିକାର କରିବା ଦ୍ୱାରା ଆପଣ ନିଜ ଜୀବନରେ ଶୁଭ ଫଳାଫଳ ପାଇବେ।

ଯଦି ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି | ଯଦି ଘରେ ଟଙ୍କା ଆସୁଛି କିନ୍ତୁ ରହୁନାହିଁ, ତାହେଲେ ଆପଣ ଶନିବାର ଦିନ ଗୋଟେ କଳା କପଡ଼ାରେ କର୍ପୁର ବାନ୍ଧି ଶନିଦେବଙ୍କ ପାଦରେ ଅର୍ପଣ କରନ୍ତୁ | ଏହି ଉପାୟରେ ପ୍ରତିକାର କରିବା ଦ୍ୱାରା ଜଣେ ଲୋକ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାଏ।

ଯଦି ଆପଣ କିଛି କାମ କରୁଛନ୍ତି, କିନ୍ତୁ ଆପଣ ସେଥିରେ ସଫଳତା ପାଇପାରୁ ନାହାଁନ୍ତି, ତ ବାରମ୍ବାର ଆପଣଙ୍କ ହେଉଥିବା କାମ ଖରାପ ହେବାରେ ଲାଗିଛି, ତ ଆପଣ ଶନିବାର ଦିନ ରାତିରେ କର୍ପୁରକୁ ଘିଅରେ ଭିଜାଇ ସକାଳ ଏବ ସନ୍ଧ୍ୟାରେ ଜଳାନ୍ତୁ | ଏହି ଉପାୟକୁ ଆପଣେଇବା ଦ୍ୱାରା , ନକାରାତ୍ମକତା ଦୂର ହୋଇଯାଇ ଆପଣଙ୍କର କାମ ହୋଇଯିବ |

Google

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରେ ଥିବା ବାସ୍ତୁଦୋଷକୁ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଘରର ଗୋଟିଏ କୋଣରେ କର୍ପୁର ଜାଳି ରଖିଦିଅନ୍ତୁ।

ଯଦି ଆପଣ ନିଜର ଭାଗ୍ୟକୁ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି , ତାହେଲେ ଶନିବାର ଦିନ କର୍ପୁର ତେଲର କିଛି ବୁନ୍ଦା ପାଣିରେ ମିଶାଇ ଗାଧୋଇବେ। ଏମିତି କରିବା ଦ୍ୱାରା ନିଜ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ।

ଯଦି ଆପଣ ଶନିଦୋଷା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି,ଗୋଟେ ପାନ ପତ୍ରରେ କର୍ପୁର ଏବଂ ଲୁହାର କଣ୍ଟା ରଖନ୍ତୁ ଏବଂ ଏହାକୁ ଅଶ୍ୱତ୍ଥ ଗଛ ମୂଳରେ ଅର୍ପଣ କରନ୍ତୁ | ଏହି ପ୍ରତିକାର କରିବା ଦ୍ୱାରା ଯେକୌଣସି ଲୋକ ଶନିଦୋଷା ଠାରୁ ମୁକ୍ତି ପାଇଥାଏ ଏବଂ ଜାତକରେ ଥିବା ରାହୁ-କେତୁଙ୍କର ଅଶୁଭ ପ୍ରଭାବ ମଧ୍ୟ ଶେଷ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଏହାକୁ ଲିଙ୍କ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *