ଶାସ୍ତ୍ର ଅନୁସାରେ ଶୋଇବାର ଶୈଳୀ ଖୋଲିଥାଏ ଆପଣଙ୍କ ଜୀବନର ଗଭୀର ରହସ୍ୟ ।

ସନାତନ ଧର୍ମ ସହିତ ଜଡ଼ିତ ଏହିପରି ଅନେକ ଶାସ୍ତ୍ର ଅଛି, ଯାହା ମାଧ୍ୟମରେ ଆମେ ଏହା ବିଷୟରେ ଜାଣିପାରିବା । ଦେବୀ ଓ ଦେବତାମାନଙ୍କ ବିଷୟରେ ଅନେକ କଥା ଏଥିରେ ବର୍ଣ୍ଣିତ ହୋଇଛି । ତେଣୁ ଏପରି ଅନେକ ଶାସ୍ତ୍ର ଅଛି ଯାହା ମାନବ ଜୀବନ ସହିତ ଜଡିତ । ଆମେ ଜାଣିଛୁ ଏହା ଜାଣିବା ପରେ ଆପଣଙ୍କ ମାନକୁ ଏହି ଭାବନା ନିଶ୍ଚିନ୍ତ ଆସିବ ଏପରି କ’ଣ ଶାସ୍ତ୍ର ଅଛି ଯେଉଁଥିରେ କେବଳ ମାନବ ଜୀବନ ବିଷୟରେ କୁହାଯାଇଛି । ତେଣୁ କହି ଦେଉଛୁ ଭବିଷ୍ୟତ ପୁରାଣ ପରି ଶାସ୍ତ୍ରରେ ଏପରି ସୂଚନା ଦିଆଯାଇଛି । ପ୍ରଚଳିତ ବିଶ୍ୱାସ ଉପରେ ଆଧାର କରି ଏହା କୁହା ଯାଇଛି କୌଣସି ବ୍ୟକ୍ତିଙ୍କର ଶୋଇବାର ଶୈଳୀ ଇତ୍ୟାଦି ମାଧ୍ୟମରେ ସେହି ବ୍ୟକ୍ତିଙ୍କ ବିଷୟରେ କିପରି ଜଣାଯାଇ ପାରିବ ?

କ’ଣ ଆପଣ ଏହି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି କି ? ଆପଣଙ୍କ ଶୋଇବା ଶୈଳୀ ଦ୍ୱାରା କ’ଣ ଜଣା ଯାଇଥାଏ କିମ୍ବା ଆପଣ ଅନ୍ୟ କୌଣସି ଲୋକଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଚାଲନ୍ତୁ ଆପଣଙ୍କର ଏହି ଇଛାକୁ ପୂରଣ କରିବା ପାଇଁ ପ୍ରୟାସ କରିବୁ ।

ଗୋଡ଼କୁ କ୍ରସ୍ କରି ଶୋଇବା:-

Google

ଶାସ୍ତ୍ର ଜ୍ଞାନ କହିଥାଏ ଯେଉଁ ବ୍ୟକ୍ତି ପିଠି ଉପରକୁ କରି ଗୋଡ଼କୁ କ୍ରସ କରି ଶୋଇଥାଏ, ସେହି ବ୍ୟକ୍ତିଙ୍କୁ ଭଲ ଓ ମନ୍ଦ ବିଷୟରେ ଅଧିକ ସୂଚନା ଜାଣନ୍ତି ନାହିଁ । ତେଣୁ ସେହି ଜୀବନରେ ସଫଳତା ପାଇବା ପାଇଁ ସେମାନଙ୍କୁ ସବୁବେଳେ ଅଧିକ ପରିଶ୍ରମ କରିବାକୁ ପଡିଥାଏ ।

ଗୋଡ଼କୁ ବିସ୍ତାର କରି ଶୋଇବା:-

Google

ଯେଉଁ ଲୋକମାନେ ପିଠି ଉପରକୁ କରି ଗୋଡ଼କୁ ବିସ୍ତାର କରି ଶୋଇଥାନ୍ତି, ସେମାନେ ନିଜ ଜୀବନରେ ସ୍ୱାଧୀନତା ଅନୁଭବ କରିଥାନ୍ତି । କହିବାର ତାତ୍ପର୍ଯ୍ୟ ଏହିପରି ଲୋକମାନେ ସ୍ୱାଧୀନତା ସହିତ ଜୀବନଯାପନ କରିଥାନ୍ତି ଏବଂ ସମସ୍ତ କାର୍ଯ୍ୟକୁ ଚାପମୁକ୍ତ ହୋଇ କରିଥାନ୍ତି । ଏହି କାରଣରୁ ଏପରି ଲୋକମାନେ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି । କିନ୍ତୁ ଏହିମାନଙ୍କୁ ସୁଖ ସୁବିଧାର କୌଣସି ଲଗାବ୍ ନଥାଏ । ଏହି ବ୍ୟକ୍ତିମାନଙ୍କ ବିଷୟରେ ଗୋଟେ ବିଶେଷ କଥା ହେଉଛି ସେମାନେ ଗପସପ କରିବା ପସନ୍ଦ କରନ୍ତି ନାହିଁ ।

ଶରୀରକୁ ଘୋଡାଇ ହୋଇ ଶୋଇବା:-

କିଛି ଲୋକଙ୍କର ଏହି ଅଭ୍ୟାସ ହୋଇଥାଏ ଗରମ୍ ଏବଂ ଶୀତରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ହୋଇ ଶୋଇଥାନ୍ତି । କୁହା ଯାଇଥାଏ ଏଭଳି ଲୋକମାନେ ବହୁତ ଲାଜକୁଳା ସ୍ୱଭାବର ହୋଇଥାନ୍ତି । ତେଣୁ ସେମାନଙ୍କୁ ଡରୁଆ ମଧ୍ୟ କୁହା ଯାଇଥାଏ । ଏହି ବ୍ୟକ୍ତିମାନଙ୍କ ମନରେ ସବୁ ସମୟରେ ଏକ ଅଜ୍ଞାତ ଭୟ ସେମାନଙ୍କୁ ଚିନ୍ତିତ କରୁଥାଏ । ଏହି ବ୍ୟକ୍ତିମାନଙ୍କ ବିଷୟରେ ଏହା ମଧ୍ୟ କୁହାଯାଇ ଥାଏ, ଯେ ସେମାନେ ନିଜ ମନରେ ଅନେକ ରହସ୍ୟ ଦବାଇ କରି ରଖିଥାନ୍ତି ।

ଗୋଟିଏ ପାର୍ଶ୍ୱକରି ଶୋଇବା:-

Google

ଏହି ସମସ୍ତଙ୍କ ଠାରୁ ଅଲଗା ଯେଉଁ ଲୋକମାନେ ଗୋଟିଏ ପାର୍ଶ୍ୱକରି ଶୋଇଥାନ୍ତି , ଏହିପରି ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଥାନ୍ତି । ଏହି ଲୋକମାନେ ନିଜ ଦ୍ୱାରା କରାଯାଉଥିବା ସମସ୍ତ କାର୍ଯ୍ୟକୁ ଲୁଚାଇ କରି ରଖିବା ପାଇଁ ବିଶ୍ୱାସ ରଖିଥାନ୍ତି । ନିଜର ଭଲ କାର୍ଯ୍ୟ ଦ୍ୱାରା ସେମାନେ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *