ଶୁକ୍ରବାର ଦିନ ଭୁଲରେ ମଧ୍ୟ ଏହି ପାଞ୍ଚଟି କାର୍ଯ୍ୟ କରନ୍ତୁ ନାହିଁ, ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ସବୁବେଳେ ଗରିବ ଅବସ୍ଥା ରହିଥାଏ ।

ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଦିନ ଦେବୀ ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହି ଦିନ ଲୋକମାନେ ସମ୍ପୂର୍ଣ୍ଣ ରୀତିନୀତି ସହିତ ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ।

ଶାସ୍ତ୍ରରେ ଶୁକ୍ରବାର ଦିନ ଦେବୀ ମା ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ । ଏହି ଦିନ ଲୋକମାନେ ସମ୍ପୂର୍ଣ୍ଣ ଭକ୍ତିରର ସହିତ ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ଏହା ସହିତ ମାତାଙ୍କୁ ଆବାହନ ମଧ୍ୟ କରିଥାନ୍ତି । ଏପରି ବିଶ୍ୱାସ କରାଯାଇଥାଏ ମାତା ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି ସେହିଠାରେ ଐଶ୍ୱର୍ଯ୍ୟ ଓ ବ୍ୟଭବର ବାସ ହୋଇଥାଏ । ମାତା ଲକ୍ଷ୍ମୀ ଯେଉଁ ଲୋକମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ଲୋକମାନଙ୍କ ସମ୍ପୂର୍ଣ୍ଣ ଜୀବନ ଆରାମଦାୟକ ଓ ସୁଖରେ ଅତି ବାହିତ ହୋଇଥାଏ ।

ଏଥି ସହିତ କିଛି ଏପରି କାର୍ଯ୍ୟ ମଧ୍ୟ ଅଛି ଯାହା ମା ଲକ୍ଷ୍ମୀ ଆଦୌ ପସନ୍ଦ କରନ୍ତି ନାହିଁ । ଆପଣ ଶୁକ୍ରବାର ଦିନ ଏହିସବୁ କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଆସନ୍ତୁ ଆଜି ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକୁ କହିବାକୁ ଯାଉଛୁ ଯାହା ଆପଣ ଶୁକ୍ରବାର ଦିନ କରିବା ଉଚିତ୍ ନୁହେଁ ।

Google

୧. ସନ୍ଧ୍ୟା ସମୟରେ ଶୋଇବା ଦ୍ୱାରା କ୍ଷତି ହୋଇଥାଏ ।

ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଶୋଇବା ଠାରୁ ଦୂରେଇ ରୁହନ୍ତୁ । ବିଶ୍ୱାସ କରାଯାଏ ମା ଲକ୍ଷ୍ମୀ ସନ୍ଧ୍ୟା ସମୟରେ ଜାଗ୍ରତ ରହିଥାନ୍ତି । ସେଥିପାଇଁ ଆପଣଙ୍କୁ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କୁ ସମ୍ପର୍ଣ୍ଣ ରୀତିନୀତି ସହିତ ପୂଜା ଅର୍ଚ୍ଚନା କରିବା ଉଚିତ୍ ।

୨. ଅଳିଆ ଆବର୍ଜନା କରନ୍ତୁ ନାହିଁ ।

ମା ଲକ୍ଷ୍ମୀଙ୍କୁ ସଫା ସୁତୁରା ବହୁତ୍ ପ୍ରିୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁଠାରେ ସଫା ସୁତୁରା ରହିଥାଏ । ଶୁକ୍ରବାର ଦିନ ଅନ୍ୟ ଦିନ ଭଳି ଆପଣ ଅଧିକ ପରିଷ୍କାର ପରିଚ୍ଛନ୍ନତା କରିବା ଉଚିତ୍ । ବିଶେଷକରି ପୂଜା ଘରକୁ ସଫା ରଖନ୍ତୁ ।

୩. ଆମିଷ ଭଜନ କରନ୍ତୁ ନାହିଁ ।

ଶୁକ୍ରବାର ଦିନ କୌଣସି ପ୍ରକାରର ଆମିଷ ଖାଦ୍ୟ ଯେପରି ମାଛ,ମାଂସ,ମଦ ଇତ୍ୟାଦି ଖାଦ୍ୟ ଖାଆନ୍ତୁ ନାହିଁ । ଏହା ସହିତ ଏହି ଦିନ କୌଣସି ପ୍ରକାରର ଜୀବ ଜନ୍ତୁଙ୍କୁ କୌଣସି ପ୍ରକାରର କଷ୍ଟ କିମ୍ବା ଯନ୍ତ୍ରଣା ଦିଅନ୍ତୁ ନାହିଁ । ଏପରି କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

Google

୪. କୌଣସି ମହିଳାଙ୍କୁ ଅପମାନ କରନ୍ତୁ ନାହିଁ ।

ରୂକ ବେଦରେ ଏହା ଉଲ୍ଲେଖ କରାଯାଇଛି ଯେ ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ନାହିଁ ସେହି ଘରେ କେବେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କେବେ ମଧ୍ୟ ଆପଣ କୌଣସି ମହିଳା କିମ୍ବା ନାରୀଙ୍କୁ ଅପମାନ କରନ୍ତୁ ନାହିଁ । ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।

୫. ମନରେ ଭୁଲ ଚିନ୍ତାଧାରା ଆଣନ୍ତୁ ନାହିଁ ।

ଚୋରି କରିବା, ଯୁଦ୍ଧ କରିବା କିମ୍ବା କୌଣସି ଲୋକଙ୍କ ପାଇଁ ନିଜ ମନରେ ଭୁଲ ଚିନ୍ତାଧାରା ଆଣିବା ମଧ୍ୟ ଠିକ୍ ହୋଇଥାଏ ନାହିଁ ବୋଲି ବିଶ୍ୱାସ କରାଯାଏ । ଶୁକ୍ରବାର ଦିନ କାହା ସହିତ ଝଗଡା କରିବା ଠାରୁ ଦୂରେଇ ରୁହନ୍ତୁ । ଏପରି କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ।

Leave a Reply

Your email address will not be published. Required fields are marked *