ଏହି ୫ଟି ଜିନିଷ ପେଟରେ ଗ୍ୟାସର ଅସୁବିଧା ବଢ଼ାଇଥାଏ , ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ଏଗୁଡିକ ସେବନ କରନ୍ତୁ ନାହିଁ

ଆଜିର ସମୟରେ ଗ୍ୟାସର ରୋଗ ଏକ ସାଧାରଣ ରୋଗ ଅଟେ , ଯାହା ଆପଣଙ୍କୁ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳିବ। ପୂର୍ବରୁ ଏହି ରୋଗ କେବଳ ବୟସ୍କ ବ୍ୟକ୍ତି ମାନଙ୍କୁ ହେଉଥିଲା। କିନ୍ତୁ ଆଜିର ଦୂଷିତ ତଥା ଅସମୟରେ ଖାଦ୍ୟପେୟ କାରଣରୁ ଗ୍ୟାସ ରୋଗ ଯୁବକ ଏବଂ ପିଲାମାନଙ୍କୁ ନିଜ କବଳରେ କବଳିତ କରୁଅଛି। ଗ୍ୟାସ ଥିବା ହେତୁ ପେଟ ଫୁଲିଯାଏ ଏବଂ କିଛି ଖାଇବା ପିଇବାକୁ ଇଚ୍ଛା ହୋଇ ନଥାଏ। ଏହା କାରଣରୁ ଅଧିକାଂଶ ଥର ପ୍ରବଳ ମୁଣ୍ଡବିନ୍ଧା , ଛାତି ଯନ୍ତ୍ରଣା କିମ୍ବା ମୁଣ୍ଡ ବୁଲାଇବା ଆଦି ଅନୁଭବ ହୋଇଥାଏ।

ଏଠାରେ ଆମେ ଆପଣଙ୍କୁ ଜଣାଇବୁ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଛି , ତେବେ ଆପଣଙ୍କୁ କେଉଁ ପନିପରିବା ଖାଇବା ଉଚିତ ନୁହେଁ।

୧) ପଣସ:-

ଶାକାହାରୀ ଲୋକମାନେ ପଣସକୁ ନିଜର ନନଭେଜ୍ ବୋଲି କହିଥାନ୍ତି। ଏହାର ତରକାରୀ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ। ସେଥିପାଇଁ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କର ଗ୍ୟାସ ସମସ୍ୟା ରହିଛି , ତେବେ ଆପଣଙ୍କୁ ପଣସ ଠାରୁ ଦୂରେଇ ରହିବା ଉଚିତ କାରଣ ଏହା ଆପଣଙ୍କର ଗ୍ୟାସ ସମସ୍ୟାକୁ ଆହୁରି ଅଧିକ ବଢ଼ାଇଦେବ।

୨) କନ୍ଦମୂଳ:-

ଲୋକମାନେ କନ୍ଦମୂଳ ତରକାରୀକୁ ବହୁତ ପସନ୍ଦ କରିଥାନ୍ତି। କିଛି ଲୋକ ଏହାକୁ ତରକାରୀ ସହିତ ପସନ୍ଦ କରନ୍ତି ଏବଂ କିଛି ଲୋକ ଏହାକୁ ଶୁଖିଲା ଖାଇବାକୁ ପସନ୍ଦ କରନ୍ତି। ଆହୁରିମଧ୍ୟ ଏହାକୁ ବେଳେବେଳେ ଡାଲି ସହିତ ରାନ୍ଧି ସେବନ କରାଯାଏ। କିନ୍ତୁ ଗ୍ୟାସ ସମସ୍ୟା ସହିତ ପୀଡିତ ଥିବା ବ୍ୟକ୍ତିଙ୍କୁ ଏହାକୁ ସେବନ କରିବା ଉଚିତ ନୁହେଁ କାରଣ ଏହା ଆପଣଙ୍କ ସମସ୍ୟାକୁ ଆହୁରି ଅଧିକ ବଢ଼ାଇ ଦେଇପାରେ।

Google

୩) ମୂଳା:-

ଧଳା ମୂଳା ଏକ ଶୀତକାଳୀନ ପନିପରିବା ଅଟେ , ଯାହାକୁ ସମଗ୍ର ଭାରତରେ ସେବନ କରାଯାଏ। କିଛି ଲୋକ ଏହାକୁ ସାଲାଡ ଭାବରେ ଖାଆନ୍ତି , କିଛି ଲୋକ ଏହାକୁ ପରଠା କରି ଖାଆନ୍ତି ଏବଂ ଆଉ କିଛି ଲୋକ ଆହାକୁ ଆଚାର କରି ଖାଆନ୍ତି। କିନ୍ତୁ ମୂଳା ଗ୍ୟାସ ସମ୍ବନ୍ଧୀୟ ସମସ୍ୟାକୁ ଆହୁରି ଅଧିକ ବଢ଼ାଇ ଦେଇଥାଏ। ତେଣୁ ଯଦି ଆପଣ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି , ତେବେ ମୂଳାକୁ ସେବନ କରନ୍ତୁ ନାହିଁ।

୪) ଧଳା ବୁଟ:-

ଉତ୍ତର ଭାରତରେ ବୁଟ ଓ ପୁରୀ , ବୁଟ ଓ ଭାତ ଆପଣଙ୍କୁ ଅତି ସହଜରେ ମିଳିଯିବ। କିନ୍ତୁ ବୁଟ ଗ୍ୟାସର କାରଣ ହୋଇଯାଏ ଏବଂ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ , ସେମାନଙ୍କୁ ବିଶେଷ ଭାବରେ ବୁଟ ସେବନ କରିବା ଉଚିତ୍ ନୁହେଁ।

୫) ରାଜମା:-

ପଞ୍ଜାବ ଠାରୁ ଉତ୍ତର ଭାରତ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ରାଜମା ଚାଉଳ ବହୁତ ଉତ୍ସାହର ସହିତ ସେବନ କରାଯାଏ। ରାଜମା ଚାଉଳ ପ୍ରତ୍ୟେକ ଘରେ ପ୍ରତି ସପ୍ତାହରେ ଥରେ ନିଶ୍ଚିତ ଭାବରେ ପ୍ରସ୍ତୁତ କରାଯାଏ। କିନ୍ତୁ ଆପଣ ଜାଣିବା ଉଚିତ ଯେ ରାଜମା ଚାଉଳ ଗ୍ୟାସ ସମସ୍ୟା ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି , ତେବେ ଆପଣଙ୍କୁ ରାଜମା ଆଦୌ ସେବନ କରିବା ଉଚିତ ନୁହେଁ।

ଆପଣ ଯଦି ଗ୍ୟାସର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି , ତେବେ ଦିନସାରା ବସିବା ପରିବର୍ତ୍ତେ ଚାଲିବାର ଅଭ୍ୟାସ କରନ୍ତୁ। ଗରମ ପାଣି ପିଇବା ଅଭ୍ୟାସ ରଖନ୍ତୁ ଏବଂ ଜୁଆଣୀ , କଳା ଲୁଣ ଭଳି ଜିନିଷର ସେବନ କରନ୍ତୁ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଜାଣିବା ପାଇଁ ଏହାକୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *